ତରୁଣ ପ୍ରଜ୍ଞା ଭାରତୀର ଚତୁର ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ

ଜୟପୁର, ୯/୧୧, ଆଜି ଅନୁଷ୍ଠାନ ତରଫରୁ ଚତୁର୍ଥ ପର୍ଯ୍ୟାୟ ପ୍ରତିଯୋଗିତା ଯଥା ଓଡିଶୀ, ଲୋକନୃତ୍ୟ ଓ ଝୋଟି ପ୍ରତିଯୋଗିତା ସ୍ଥାନୀୟ ତାରିଣୀ ଛକ ନିକଟ ବିଜ୍ଞାନ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ ତତ୍ ସହ ମୁରୁଜ ଝୋଟି ପ୍ରତିଯୋଗିତାରେ ସାଧାରଣ ବର୍ଗର ମହିଳାମାନେ ବହୁସଂଖ୍ୟାରେ ଅଂଶ ଗ୍ରହଣ କରି ବିଜେତା ହୋଇଥିଲେ। ଅନୁଷ୍ଠାନର ଉପସଭାପତି ରାମ ଶଙ୍କର ଷଡଙ୍ଗୀଙ୍କ ଉପସ୍ଥିତିରେ ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣାଙ୍କ ସହ ଜାନକୀ ପାଣିଗ୍ରାହୀ, ସବିତା ତ୍ରିପାଠୀ, ସବିତା ଶତପଥୀ, ଲିପିକା ଦଳାଇ, ଜି.ମହେଶ, ତପସ୍ୱିନୀ କୁମାରୀ ସାହୁ, ଜଗନ୍ନାଥ ପାଣିଗ୍ରାହୀ, ବିପିନ ପାତ୍ର, କ୍ଷେତ୍ର ମୋହନ ନାୟକ ପ୍ରମୁଖ ସଦସ୍ୟ ଓ ସଦସ୍ୟା ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଶିଷ୍ଟ ସମାଜ ସେବୀ କୃଷ୍ଣ କେଶବ ଷଡଙ୍ଗୀ, ମୁନା ମିଶ୍ର, ନୃତ୍ୟ ଗୁରୁ ୱାଇ ଗୌରୀ ଶଙ୍କର, ଆଇନଜୀବୀ ବନମାଳି ହଡପ ପ୍ରଭୃତି ଦର୍ଶକଙ୍କ ଉପସ୍ଥିତିରେ ଶଙ୍କରୀ ଦଳପତି, ଗୀତା ଜୟନ୍ତୀ ପାତ୍ର, ଇତିଶ୍ରୀ ସୁବୁଦ୍ଧି, ଅନିତା ବେହେରା, ନୃସିଂହ ପ୍ରସାଦ ଷଡଙ୍ଗୀ ଓ ଶିବ ଶଙ୍କର ନାୟକ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଆସନ୍ତା ରବିବାର ତା ୧୬.୧୧.୨୦୨୫ ସକାଳ ୮.୩୦ ଘଣ୍ଟା ସମୟରୁ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଦେଶାତ୍ମବୋଧକ ସଙ୍ଗୀତ, ବନବାସୀ ସଙ୍ଗୀତ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଉପସଭାପତି ଶ୍ରୀ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *