

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ
କୋଟପାଡ଼, ୩୦/୧ (କ୍ରାନ୍ତି ବାର୍ତ୍ତା):କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଜୟପୁର ଉପଜିଲ୍ଲାପାଳ ଏ. ସସ୍ୟା ରେଡ୍ଡୀ ଶୁକ୍ରବାର କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ବସୁଗୁଡାସ୍ଥିତ ପରିମଳ ଉପଚାର କେନ୍ଦ୍ର, ନବନିର୍ମିତ ଦୁଇଟି କଲ୍ୟାଣ ମଣ୍ଡପ ଏବଂ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ସହରର ଆହାର କେନ୍ଦ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ସେଠାକାର ପରିଚାଳନାକୁ ପ୍ରଶଂସା କରିବା ସହ ନିଜେ ଅନ୍ୟ ଅଧିକାରୀଙ୍କ ସହ ବସି ଖାଦ୍ୟ ଖାଇଥିଲେ। ଖାଦ୍ୟର ଗୁଣବତ୍ତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରିଚାଳନା ସଂସ୍ଥାକୁ ପରାମର୍ଶ ଦେଇଛନ୍ତି। ଏହାସହ ଐତିହାସିକ ଦମୟନ୍ତୀ ସାଗର ଓ ଦିୱାନମୁଣ୍ଡା ଜଳାଶୟର ସ୍ଥିତି ମଧ୍ୟ ପରଖିଥିଲେ। ଏହି ଗସ୍ତ ସମୟରେ ଏନଏସି ଅଧ୍ୟକ୍ଷ ଏମ୍. ଶଙ୍କର ରାଓ, ବିଡିଓ ମନୋଜ ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
