ବୈପାରିଗୁଡା,୩/୧୧ , ବୈପାରିଗୁଡା ବ୍ଲକ କୋଲାର ପଞ୍ଚାୟତର ଟିକ୍ରାଗୁଡା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ପ୍ରଶାସନ ଅଚଳ ନଳକୂପ ମରାମତି
କରୁନଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି।
ଟିକ୍ରାଗୁଡା ଗ୍ରାମରେ ୨୫ରୁ ଊର୍ଦ୍ଧ୍ବ ପରିବାର
ରହୁଛନ୍ତି। ଗ୍ରାମବାସୀଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଗୋଟିଏ ନଳକୂପ ଖନନ କରାଯାଇଛି। ଏହି ନଳକୂପ ଉପରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଜଣ ନିର୍ଭର କରୁଛନ୍ତି। ବହୁ ଦିନ ହେଲା ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ନଳକୂପର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଅଚଳ ନଳକୂପ ମରାମତି ନିମନ୍ତେ ବହୁବାର ଜନପ୍ରତିନିଧି ବ୍ଲକ ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ନଳକୂପ ମରାମତି କରିବା ନଚେତ୍ ନୂତନ ନଳକୂପ ଖନନ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ନିଧି ଓ
ଟିକ୍ରାଗୁଡା ଗାଁକୁ ଦୂଷିତ ପାଣି ଭରସା
