କୋରାପୁଟ, ୨୮/୧୨ : ରାଜ୍ୟ ଯୁବ ବିଜେଡ଼ି ସଂଗଠନର ନୂତନ ଘୋଷିତ ପଦାଧିକାରୀ ତାଲିକାରେ କୋରାପୁଟ ଜିଲ୍ଲାରୁ ୪ ଜଣଙ୍କୁ ସ୍ଥାନ ମିଳିଛି।
ସସ୍ମିତା ମେଲେକାଙ୍କୁ ରାଜ୍ୟ ଯୁବ ବିଜେଡ଼ିର ବରିଷ୍ଠ ଉପ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଉପ ସଭାପତି ଭାବେ ଆଦିତ୍ୟ ନନ୍ଦ ଓ ଶିଳ୍ପା ପାଣିଙ୍କୁ ନିଯୁକ୍ତ କରାଯାଇଛି।
ଏହା ସହ ସାଧାରଣ ସଂପାଦକ ଭାବେ ଶଙ୍କର ସାଉନ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ନିଯୁକ୍ତିକୁ ନେଇ କୋରାପୁଟ ଜିଲ୍ଲାର ଯୁବ ବିଜେଡ଼ି କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ନବନିଯୁକ୍ତ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଦଳର ବରିଷ୍ଠ ନେତୃତ୍ୱ।
ରାଜ୍ୟ ଯୁବ ବିଜେଡ଼ିରେ କୋରାପୁଟରୁ ୪ ଜଣଙ୍କୁ ଦାୟିତ୍ୱ।
