ଜୟପୁରଠାରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ସଭାପତି ଶଶୀଭୂଷଣ ଦାଶ
ଆସନ୍ତା ୧୪ ଡିସେମ୍ବର ରେ ହେବ ଓଡ଼ିଶା ଅମଲା ସଂଘ ନିର୍ବାଚନ
ଜୟପୁର: ଓଡ଼ିଶା ଅମଲା ସଂଘ, କୋରାପୁଟ ଜିଲ୍ଲା ଶାଖାର ନୂତନ କମିଟି ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସଂଘର ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଆଜି ଜୟପୁରସ୍ଥିତ ଯାଦବ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଅମଲା ସଂଘର କୋରାପୁଟ ଜିଲ୍ଲା ଶାଖାର ନିର୍ବାଚିତ କମିଟି ତା ୦୫.୦୨.୨୦୨୩ ରିଖରେ ଗଠିତ ହୋଇଥିଲା ଏବଂ ଏହାର କାର୍ଯ୍ୟକାଳ ତା ୦୫.୦୨.୨୦୨୬ ରେ ସମାପ୍ତ ହେଉଛି। ଏହି ପରିପ୍ରେକ୍ଷୀରେ, ପୂର୍ବ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକାଳ ଶେଷ ହେବାର ଏକ ମାସ ପୂର୍ବରୁ ନିର୍ବାଚନ କରିବା ପାଇଁ ରାଜ୍ୟ ସଂଘକୁ ଅବଗତ କରାଯାଇଥିଲା।
ଶ୍ରୀ ଦାଶ୍ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ପକ୍ରିୟା ଆରମ୍ଭ କରିବା ପାଇଁ ଆଜି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ବର୍ତ୍ତମାନର କମିଟିକୁ ବିଘଟନ (Dissolution) କରାଯାଇଛି।
📅 ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା
ନୂତନ କମିଟି ଗଠନ ପାଇଁ ନିମ୍ନଲିଖିତ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି:
ପ୍ରାର୍ଥୀପତ୍ର ଦାଖଲ: ତା ୩୦.୧୧.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ସଂଘର ସଦସ୍ୟମାନେ ବିଭିନ୍ନ ପଦ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।
ପ୍ରାର୍ଥୀପତ୍ର ଯାଞ୍ଚ ଓ ଚୂଡାନ୍ତ ତାଲିକା ପ୍ରକାଶ: ସେହିଦିନ ହିଁ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷିତ ହେବ।
ନିର୍ବାଚନ ଦିବସ: ତା ୧୪.୧୨.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି।
👤 ନିର୍ବାଚନ କମିଟି ଗଠନ
ସୁଚାରୁ ରୂପେ ନିର୍ବାଚନ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଶ୍ରୀ ନରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ନିର୍ବାଚନ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଶ୍ରୀ ସୁନାକର ରାଉତ, ଶ୍ରୀ କାହ୍ନୁଚରଣ ନାୟକ, ଶ୍ରୀ ଲକ୍ଷ୍ମୀକାନ୍ତ ଦାଶ୍ ଏବଂ ଶ୍ରୀ ସୁଦର୍ଶନ ସାହୁଙ୍କୁ ନିର୍ବାଚନ ଅଧିକାରୀ ଭାବରେ ମନୋନୀତ କରାଯାଇଛି।
ଏହି ସମ୍ମିଳନୀରେ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁନାକର ରାଉତ, ବରିଷ୍ଠ ସଦସ୍ୟ ଶ୍ରୀ କାହ୍ନୁଚରଣ ନାୟକ, ଶାଖାର ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା, ସାଙ୍ଗଠନିକ ସମ୍ପାଦକ ଶ୍ରୀ କୈଳାସ ସାମନ୍ତରାୟ, ସହ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢିଙ୍କ ସମେତ ଶ୍ରୀ ଜଗେନ୍ଦ୍ର ଚୈଧୁରି, ଶ୍ରୀ ଜଗନ୍ନାଥ ଦାଶ, ଶ୍ରୀ କାଳି ପ୍ରସାଦ ମିଶ୍ର, ଶ୍ରୀ ବିନାୟକ ପଣ୍ଡା, ଶ୍ରୀ ତ୍ରିନାଥ ପଣ୍ଡା, ଶ୍ରୀ ବାଳ ଗୋପାଳ ମିଶ୍ର ଏବଂ ଶ୍ରୀ ସାନ୍ତୁନୁ ଜେନା ପ୍ରମୁଖ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ। ପରିଶେଷରେ ସଭାପତି ଶ୍ରୀ ଦାଶ୍ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରି ସମ୍ମିଳନୀ ଶେଷ କରିଥିଲେ।
